ପୂଜା ବୈଶିଷ୍ଟ

ମା'ଙ୍କ ପାଖରେ ବିଭିନ୍ନ ଯାନ ବାହାନ ପୂଜା, ବିବାହ,ନିର୍ବନ୍ଧ,ବ୍ରତୋପନୟନ ଆଦି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥାଏ।

ଏତତ୍ ଭିନ୍ନ ମା'ଙ୍କ ପାଖରେ (୧) ପ୍ରତି ମାସର ପୂର୍ଣ୍ଣିମୀ, ଅମାବାସ୍ୟା, ସଂକ୍ରାନ୍ତି ଓ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ସତସଙ୍ଗୀ ମାନଙ୍କ ଦ୍ଵାରା ଧର୍ମ ଆଲୋଚନା ଓ ପ୍ରସାଦ ସେବନ (୨) ଶ୍ରୀ ଶ୍ରୀ ଗଣେଶ ଚତୁର୍ଥୀ ଠାରୁ ୯ ଦିନ ବ୍ୟାପୀ ଶ୍ରୀ ରାମ ଚରିତ ମାନସ ପାରାୟଣ ଓ ପ୍ରସାଦ ବିତରଣ (୩) ମାର୍ଗଶୀର ମାସ ପ୍ରତ୍ୟେକ ଗୁରୁବାର ଲକ୍ଷ୍ମୀ ପୂଜା ଓ ଆଲୋଚନା ଅନୁଷ୍ଠିତ ହୋଇଥାଏ।

ମଧ୍ୟାହ୍ନ ନିତୀ ଓ ରାତ୍ର ଖେଚୁଡ଼ି ଭୋଗ ଉପଲବ୍ଧ

ପ୍ରତ୍ୟେହ ମା'ଙ୍କ ନିକଟରେ ହେଉଥିବା ମଧ୍ୟାହ୍ନ ନିତୀ ଓ ରାତ୍ର ଖେଚୁଡ଼ି ଭୋଗ ସେବନ କରିବା ପାଇଁ ଚାହିଂଲେ ସେହିଦିନ ସକାଳ ୮ ଘ ମଧ୍ୟରେ ନିତୀ ର ଦେୟ ଦେଇ ବରାଦ କରିପାରିବେ। ଯେଉଁ ଶ୍ରଦ୍ଧାଳୁ ଭକ୍ତମାନେ ୧୦୦୦.୦୦ (ଏକ ହଜାର ଟଙ୍କା) ବା ତଧୃତ ଅର୍ଥ ମା ହିଙ୍ଗୁଳାଙ୍କ ନିତୀ ଖେଚୁଡ଼ି ବିଭାଗ ରେ ସ୍ଥାୟୀ ଦାନ କରିବେ, ତାଙ୍କୁ ପ୍ରତି ବର୍ଷ ଏକ ନିର୍ଧାରିତ ( ଜନ୍ମ, ବିବାହ ବାର୍ଷିକ କିମ୍ବା ବାର୍ଷିକ ଶ୍ରାଦ୍ଧ) ଦିବସ ରେ ଏକ ନିତୀ ବା ଖେଚୁଡ଼ି ଭୋଗ ପାରୂଶ ଆକାରରେ ପ୍ରଦାନ କରାଯିବ।