Maa Hingula Temple Deities

Deities

ସକାଳର ସିନ୍ଦୂରା ଫାଟିବା ପୂର୍ବରୁ ମା'ଙ୍କ ର ମଙ୍ଗଳା ଆଳତୀ ଶେଷ ହୋଇ ଥାଏ। ଠିକ୍ ପରେ ପରେ ସ୍ନାନ ପର୍ବ, ବଡ଼ସିଂହାର ବେଶ , ଭକ୍ତ ମାନଙ୍କର ମାନସିକ ପୂଜାର୍ଚ୍ଚନା ଆରମ୍ଭ ହୋଇଥାଏ।

ମଧ୍ୟାହ୍ନ ୧୨.୩୦ମି ସମୟରେ ମା'ଙ୍କ ର ଅନ୍ନଭୋଗ ଲାଗି ହେବା ପରେ ଆନନ୍ଦ ବଜାର ଅନୁଷ୍ଠିତ ହୁଏ। ପୁନଶ୍ଚ ସନ୍ଧ୍ୟା ଆଳତି ଓ ନାମ ସଙ୍କୀର୍ତ୍ତନ ପରିବେଶ କୁ ଏକ ଅପୂର୍ବ ଦେବ ବୈଭବରେ ପରିପୂର୍ଣ କରିଥାଏ।

ପ୍ରାୟ ରାତ୍ର ୮.୩୦ମି. ସମୟରେ ମା'ଙ୍କ ର ଖେଚୁଡ଼ି ନୀତି ଲାଗି କରାଯାଇ ବିଶ୍ରାମ ପହଡ ହୁଏ।ପ୍ରତିମାସ ପୂର୍ଣ୍ଣମୀ, ଅମାବାସ୍ୟା, ସଂକ୍ରାନ୍ତି ତିଥିରେ ଶହ ଶହ ଭକ୍ତଙ୍କ ସମାଗମ ଉକ୍ତ ପୀଠସ୍ଥଳୀକୁ କୋଳାହଳ ମୁଖର କରିଥାଏ।