ଜଗତ୍ ଜନନୀ ଅଭୟ ବରଦାୟିନୀ ମା' ହିଙ୍ଗୁଳା ବଟବୃକ୍ଷ ବାସିନୀ। ମା' ଙ୍କ ଯଜ୍ଞକୁଣ୍ଡ ଉପରେ ଏକ ସୁଦୃଶ୍ୟ ମନ୍ଦିର ନିର୍ମାଣ କରାଯାଇଛି। ଏବେ ମା' ହିଙ୍ଗୁଳାଙ୍କ ପୂଜା ପରିସର ମଧ୍ୟରେ ସୁଦୃଶ୍ୟ କାରୁକାର୍ଯ୍ୟମୟ ବେଢ଼ା ଓ ମୂଖଶାଳା ତୋରଣ ନିର୍ମାଣ ଧୀନ। ମା' ହିଙ୍ଗୁଳା ପୀଠ ମଧ୍ୟ ରେ ଏକ ନାମ ଯଜ୍ଞ ମଣ୍ଡପ, ବିବାହ ମଣ୍ଡପ, ଅତିଥି ଭବନ, ମା’ଙ୍କ ଦୈନିକ ନିତୀ ପାଇଁ ରୋଷ ଶାଳା,ପାଲା ମଣ୍ଡପ, ସାଂସ୍କୃତିକ ମଣ୍ଡପ ଏବଂ ଅନ୍ୟାନ୍ୟ ବହୁ ଗୃହ ଭକ୍ତ ମାନଙ୍କ ସେବାରେ ନିର୍ମିତ ହୋଇଛି।ଏ ସମସ୍ତ ନିର୍ମାଣ କାର୍ଯ୍ୟ ଭକ୍ତ ମାନଙ୍କର ମାନସିକ ଅକୁଣ୍ଠ ଦାନ ରେ ସମ୍ପୂର୍ଣ୍ଣ ହୋଇଛି। ହିଙ୍ଗୁଳା ପୂଜା ପରିଚାଳନା କମିଟି ମାଧ୍ୟମରେ ଶଙ୍ଖଚିଲାରେ ଥିବା ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ହିଙ୍ଗୁଳା ମହାବିଦ୍ୟାଳୟ, ସରସ୍ଵତୀ ବିଦ୍ୟାମନ୍ଦିର ଇତ୍ୟାଦି ଲୋକହିତକର ସଂସ୍ଥା ଗୁଡ଼ିକୁ ଜମି ଯୋଗାଇ ଦେବା ସଙ୍ଗେ ସଙ୍ଗେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଶଙ୍ଖଚିଲା ଠାରୁ ଦଳା ପର୍ଯ୍ୟନ୍ତ ରାସ୍ତା ତିଆରି ପାଇଁ ପୂର୍ତ ବିଭାଗ ସହିତ ହିଙ୍ଗୁଳା ପରିଚାଳନା କମିଟି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ହିଙ୍ଗୁଳା ପରିସର ମଧ୍ୟରେ ପ୍ରାଣୀ ସହାୟକ କେନ୍ଦ୍ର,ପୋଷ୍ଟ ଅଫିସ, ଓଡ଼ିଶା ଗ୍ରାମ ବ୍ୟାଙ୍କ୍,ବିଦ୍ୟୂତ୍ ବିଭାଗ,ଭାରତ ସଂଚାର ନିଗମ ଟାଓ୍ୱର ଇତ୍ୟାଦି ଅଫିସ ସବୁ ସ୍ଥାପନ କରିବା ରେ ହିଙ୍ଗୁଳା କମିଟି ର ପ୍ରତ୍ୟକ୍ଷ ସହଯୋଗ ରହିଆସିଛି।
୨୦୨୦ ମସିହାରେ ନେସ୍କୋ କର୍ତ୍ତୃପକ୍ଷଙ୍କ ସହଯୋଗ ରେ ହିଙ୍ଗୁଳା ପରିସର ମଧ୍ୟରେ ହିଙ୍ଗୁଳା ମନ୍ଦିର ଏବଂ ବାର୍ଷିକ ମେଳା ସମୟରେ ବିଦ୍ୟୁତ ଯୋଗାଣ ପାଇଁ ଏକ ଟ୍ରାନ୍ସଫରମର ସ୍ଥାପନ କରାଯାଇଛି।
୨୦୦୨ ମସିହାରେ ହିଙ୍ଗୁଳା ପରିସର ମଧ୍ୟରେ ଏକ ପାଠାଗାର ସ୍ଥାପନ କରାଯାଇ ଶହ ଶହ ପାଠକ ପାଠିକା ମାନଙ୍କ ଚିତ୍ତ ବିନୋଦନ କରିବା ସଙ୍ଗେ ସଙ୍ଗେ ବହୁ ଛାତ୍ର ଛାତ୍ରୀ ମାନଙ୍କ ଅଧ୍ୟୟନ ରେ ସାହାଯ୍ୟ କରୁଅଛି।
ହିଙ୍ଗୁଳା ପରିସର ମଧ୍ୟରେ ୨୦୨୦ ମସିହାରୁ ଏକ ଉଦ୍ୟାନ ମା’ଙ୍କ ଦର୍ଶନାର୍ଥୀ ଭକ୍ତଙ୍କ ସମୟ ଅତିବାହିତ ନିମନ୍ତେ ନିର୍ମାଣ ହେଉଅଛି। ଉଦ୍ୟାନକୁ କୁସୁମ ମୟ ଓ ପିଲା ମାନଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ହିଙ୍ଗୁଳା କମିଟି ସୁଚିନ୍ତିତ ପଦକ୍ଷେପ ନେଉଅଛି।