ଯୋଗାଯୋଗ ହିଙ୍ଗୁଳା କମିଟି,ଶଙ୍ଖଚିଲା

ହିଙ୍ଗୁଳାକମିଟି-8480208429

ସମ୍ପାଦକ-9937383130

ସଭାପତି-9438510586

କୋଷାଧ୍ୟକ୍ଷ-9438009454

ସହସମ୍ପାଦକ-9437227785

ଅଫିସ-9853840658

ପୂଜକ-9938616048

ମା' ହିଙ୍ଗୁଳାଙ୍କ ପରିଚାଳନା କମିଟି

ଏ ଅଞ୍ଚଳବାସୀ ମା’ଙ୍କର ପୂଜାର୍ଚନା ଓ ମେଳା ପାର୍ବଣ ନିମିତ ଏକ କମିଟି ଗଠନ କରି ଏହାକୁ ମା ହିଙ୍ଗୁଳାଙ୍କ ନାମରେ ଉତ୍ସର୍ଗୀକୃତ କରିଛନ୍ତି। ଉକ୍ତ କମିଟି ହିଙ୍ଗୁଳା କମିଟି ଶଙ୍ଖଚିଲା ନାମରେ ଅଦ୍ୟାବଧି ମା'ଙ୍କ ସେବା କରିବା ସଙ୍ଗେ ସଙ୍ଗେ ଏ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ସାଧନ ନିମନ୍ତେ ଶୁଭ ଚିନ୍ତକ ହୋଇ ଆସିଛି।

୧୯୩୦ ମସିହାରୁ ପ୍ରାୟ ୮/୯ ବର୍ଷ ଶଙ୍ଖଚିଲା ବାର ପାଟଣା ର ମୁରବୀ ଶ୍ରେଣୀର ଲୋକମାନେ ଯଞ ମହୋତ୍ସବ ପରିଚାଳନା କରୁଥିଲେ। ୧୯୩୯ ମସିହା ଅଗଷ୍ଟ ମାସ ୨୯ ତାରିଖ ରେ ପ୍ରଥମ ହିଙ୍ଗୁଳା କମିଟି ବିଧିବଦ୍ଧ ଭାବେ ଗଠନ ହୋଇଥିଲା। ଶ୍ରୀ ଧୃବ ଚରଣ ନାୟକ କମିଟିର ପ୍ରଥମ ସମ୍ପାଦକ ରୁପେ ମନୋନୀତ ହୋଇ ହିଙ୍ଗୁଳା ମେଳା ଦୈନିକ ନିର୍ଧାରିତ ପୂଜା ବିଧି ପରିଚାଳନା କରିଥିଲେ।ପ୍ରତି କମିଟିର କାର୍ଯ୍ୟ କାଳର ଅବଧି ତିନି ବର୍ଷ ରଖାଯାଇଥିଲା। ତାଙ୍କର ଦେହାବସାନ ପରେ ତୃତୀୟ କମିଟିର ସମ୍ପାଦକ ରୁପେ ଶ୍ରୀ ଘନଶ୍ୟାମ ସାହୁ ଦାୟିତ୍ୱ ଗ୍ରହଣ କରିଥିଲେ।୧୩.୩.୧୯୬୧ ମସିହାରେ ଷଷ୍ଠ କମିଟି ଗଠନ କରାଯାଇ ଥିଲା। ଉକ୍ତ କମିଟି ରେ ଶ୍ରୀ ଘନଶ୍ୟାମ ସାହୁ ସମ୍ପାଦକ ଭାବରେ ମନୋନୀତ ହୋଇଥିଲେ ଏବଂ ନୂତନ କରି ଶ୍ରୀ ଭାସ୍କର ଚନ୍ଦ୍ର ନାୟକ ଙ୍କୁ ସଭାପତି ରୂପେ ମନୋନୀତ କରାଯାଇଥିଲା।୧୮.୮.୧୯୬୫ ମସିହାରେ ସପ୍ତମ ହିଙ୍ଗୁଳା କମିଟି ଗଠନରେ ଶ୍ରୀ ଘନଶ୍ୟାମ ସାହୁ ସମ୍ପାଦକ ଏବଂ ଶ୍ରୀ ବାବାଜୀ ଚରଣ ପୃଷ୍ଟି ସଭାପତି ରୂପେ ମନୋନୀତ ହୋଇଥିଲେ।

୮.୩.୧୯୭୧ ଅଷ୍ଟମ ହିଙ୍ଗୁଳା କମିଟି ଗଠନରେ ଶ୍ରୀ ଘନଶ୍ୟାମ ସାହୁ ସମ୍ପାଦକ ଏବଂ ବାବାଜୀ ଚରଣ ସାହୁ ସଭାପତି ରୂପେ ଦାୟିତ୍ୱ ଗ୍ରହଣ କରିଥିଲେ।ନବମ,ଦଶମ ଓ ଏକାଦଶ କମିଟିରେ ଶ୍ରୀ ଘନଶ୍ୟାମ ସାହୁ ସମ୍ପାଦକ ରୁପେ କାର୍ଯ୍ୟ କରିଥିଲେ।୨୪.୩.୧୯୯୫ରେ ଘନଶ୍ୟାମ ସାହୁ ଙ୍କ ଅସୁସ୍ଥତା କାରଣରୁ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ କାର୍ଯ୍ୟକାରୀ ସମ୍ପାଦକ ଭାବରେ ଏବଂ ଶ୍ରୀ ଦୈତ୍ୟାରି ସାହୁ ସଭାପତି ରୂପେ ଏକାଦଶ ହିଙ୍ଗୁଳା କମିଟି ର ଦାୟିତ୍ୱ ଗ୍ରହଣ କରିଥିଲେ।୩.୧.୨୦୦୦ ମସିହାରେ ଦ୍ୱାଦଶ ହିଙ୍ଗୁଳା କମିଟି ଗଠନ ରେ କୃଷ୍ଣ ଚନ୍ଦ୍ର ସାହୁ ସମ୍ପାଦକ ଓ ଶ୍ରୀ ହରେକୃଷ୍ଣ ସାହୁ ସଭାପତି ରୂପେ ମନୋନୀତ ହୋଇଥିଲେ।୨୯.୧୨.୨୦୦୩ ମସିହାରେ ତ୍ରୟୋଦଶ ହିଙ୍ଗୁଳା କମିଟି ଗଠନରେ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ସମ୍ପାଦକ ଓ ଶ୍ରୀ ଧନେଶ୍ୱର ନାୟକ ସଭାପତି ରୂପେ ଦାୟିତ୍ୱ ଗ୍ରହଣ କରିଥିଲେ।୧୩.୩.୨୦୧୫ ରେ ପଞ୍ଚଦଶ ହିଙ୍ଗୁଳା କମିଟି ଗଠନରେ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ସମ୍ପାଦକ ଓ ଶ୍ରୀ ରାଜ କିଶୋର ସାହୁ ସଭାପତି ରୂପେ ମନୋନୀତ ହୋଇଥିଲେ।୧୮.୪.୨୦୨୧ ମସିହାରେ ସପ୍ତଦଶ ହିଙ୍ଗୁଳା କମିଟି ଗଠନ କରାଯାଇଛି।

ଉକ୍ତ କମିଟିରେ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ( ବାବୁଲି) ( ରାଧା ନଗର ପାଟଣା) ଙ୍କୁ ସର୍ବସମ୍ମତିକ୍ରମେ ସମ୍ପାଦକ ଭାବରେ ମନୋନୀତ କରାଯାଇଅଛି ଓ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ( ଠାକୁର ପାଟଣା) ସଭାପତି ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବର୍ତମାନ ହିଙ୍ଗୁଳା କମିଟିରେ ପାଞ୍ଚ ଜଣ ମନୋନୀତ ସଭ୍ୟଙ୍କ ସମେତ ଗ୍ରାମ କମିଟିର ୨୮ ଜଣ ସଦସ୍ୟଙ୍କୁ ନେଇ ସମୁଦାୟ ୩୩ ଜଣ ସଭ୍ୟ ଅଛନ୍ତି। ଶ୍ରୀ ପ୍ରଭାତ କୁମାର ପଥାଳ ଉପ-ସଭାପତି, ଶ୍ରୀ ଅନନ୍ତ ଚରଣ ମଲ୍ଲିକ ସହ-ସମ୍ପାଦକ, ଶ୍ରୀ ଅମୂଲ୍ୟ ଚନ୍ଦ୍ର ସାହୁ କୋଷାଧ୍ୟକ୍ଷ, ଶ୍ରୀ ମହେନ୍ଦ୍ର କୁମାର ନାୟକ ନିତୀ ପରିଚାଳକ ଓ ଶ୍ରୀ ବାଇଧର ନାୟକ ନାମଯଞ ପରିଚାଳକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି।